ଲତାଙ୍କୁ ମିଳିବ ନ୍ୟାୟ :ଦୈତାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବାଲେଶ୍ୱର ଏସ୍ପି ଙ୍କ ନିର୍ଭରପ୍ରତିଶୃତି

ଶେଷରେ ଲତାଙ୍କୁ ମିଳିବ ନ୍ୟାୟ :ଦୈତାରୀ ଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗ କୁ ବିଚାର କରି ତୁରନ୍ତ ଦୈତାରୀ ଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବାଲେଶ୍ୱର ଏସ୍ପି ଲତାଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି Iସୂଚନା ଥାଉ କି ଯାତ୍ରା ବାଦଶାହା ଦୈତାରୀ ପଣ୍ଡା ଙ୍କ ଦ୍ୱିତୀୟ ପରିବାର ଥିବା ତଥା ବିଗତ ଦିନର ନାୟିକା ଯାତ୍ରା ଲତା ମଣ୍ଡଳ ଙ୍କୁ ବିବାହ କରି ଅଧା ବାଟରେ ଛାଡି ଚାଲିଯାଇଥିଲେ I ଦୈତାରୀ ଙ୍କ ଔରଶରୁ 22 ବର୍ଷ ର ଏକ ସନ୍ତାନ ମଧ୍ୟ ଅଛନ୍ତି I କିନ୍ତୁ ଦୈତାରୀ ତାଙ୍କ ପୁଅ ଏବଂ ଲତାଙ୍କୁ ସବୁବେଳେ ଦୁରେଇ ରଖିଛନ୍ତି I

ଏକ ପ୍ରମୁଖ ଗଣମାଧ୍ୟମ ଆଗରେ ଏନେଇ ନିଜର ମତ ରଖିଥିଲେ ଲତା I ଅନ୍ତତ ପକ୍ଷେ ନିଜ ପାଇଁ ନହେଲା ନାଇଁ ପୁଅ ସୋମନାଥ ର ପିତୃତ୍ୱ ପରିଚୟ ଦେବାକୁ ଦୈତାରୀ ଙ୍କୁ ଅନୁରୋଧ କରିଥିଲେ I ଲତାଙ୍କ ଅଭିଯୋଗ ପରେ ଏହାକୁ ଦୈତାରୀ ଖଣ୍ଡନ କରିଥିଲେ ଏବଂ ତାଙ୍କୁ ସେ ଚିନ୍ହିନାହାନ୍ତି ବୋଲି ପ୍ରତିକ୍ରିୟା ଦେବା ପରେ ଲତା ମର୍ମାହତ ହେଇଥିଲେ Iନିଜ ପାଇଁ ନହେଲା ନାଇଁ ପୁଅ ସୋମନାଥ କୁ ନ୍ୟାୟ ଦେବାକୁ ପାଦ ଆଗକୁ ବଢ଼ାଇଥିଲେ ଲତା

I ତେବେ ଲତାଙ୍କ ଖୁଲଷା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଭିର୍ଣ୍ଣ ଭିର୍ଣ୍ଣ ନମ୍ବର ରୁ ଧମକ ପୂର୍ଣ୍ଣ ଫୋନ ଆସିଥିଲା I ଏନେଇ ଲତା ସିମୁଳିଆ ଥାନାରେ 6ତାରିଖ ରେ ଲିଖିତ ଅଭିଯୋଗ କରିଥିଲେ I

ସିମୁଳିଆ ଥାନାରେ ଲତା ଙ୍କ ଅଭିଯୋଗ ପରେ ଦୈତାରୀ ଙ୍କ ବିରୁଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୯୩/୪୧୭ ଏବଂ ୫୦୬ ଅନୁଯାଇ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ସିମୁଳିଆ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ଲତା ଏସ୍ପି ଙ୍କୁ ଦେଖା କରିଛନ୍ତି ଏବଂ ନ୍ୟାୟ ଭିକ୍ଷା ପରେ ଏସ୍ପି ଲତାଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଭରପ୍ରତିଶୃତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *