ଆଉ କ୍ରିକେଟ ଖେଳିବେନି ଗମ୍ଭୀର ,ଘୋଷଣା କଲେ ଅବସର

ସେ ପଡିଆକୁ ଓଲ୍ହାଇଲେ ଦର୍ଶକ ମାନଙ୍କର ଭରଷା ଥାଏ ଓପନିଂ ଜୋରଦାର ହେବ ,ନିହାତି ଭାବରେ ବିପକ୍ଷ ଙ୍କ ସାମ୍ନା ରେ ଏକ ବିଶାଳ ସ୍କୋର ଛିଡା ହେବ ଯେଉଁଥିରେ କାର୍ପଟଦାର ହେବେ ଗମ୍ଭୀର I ଆଉ ଦର୍ଶକ ମାନଙ୍କର ବିଶ୍ୱାସ ଭରଷା କେବେଭି ଭାଙ୍ଗି ନାହାନ୍ତି ଗମ୍ଭୀର I ଯେବେବି ପଡିଆ କୁ ଓଲ୍ହାଇଛନ୍ତି ନିଜ ନାମରେ ତିଆରି କରିନେଇଛନ୍ତି ଅନେକ ମାଇଲ ଖୁଣ୍ଟ Iଭାରତର ୨୦୧୧ ବିଶ୍ଵ କପ ବିଜୟ ରେ ଗମ୍ଭୀର ଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା ଯେଉଁଥିପାଇଁ ସେ ସମସ୍ତଙ୍କର ଅତି ପ୍ରିୟ ପାଲଟିଯାଇଥିଲେ I ପାଖାପାଖି ୫୮ଟି ଟେଷ୍ଟ,୧୪୭ଟି ଦିନିକିଆ,୩୭ଟି ଟି-୨୦ ଅନ୍ତରାଷ୍ଟ୍ରୀୟରେ ମ୍ୟାଚ ରେ ଗମ୍ଭୀର ଙ୍କ ଦମଦାର ବ୍ୟାଟିଂ ସବୁଦିନ ପାଇଁ ମନେ ରହିବ

Iଖାଲି ଏତିକି ନୁହେଁ କୋଲକାତା ନାଇଟ ରାଇଡର୍ସ ର ଅଧିନାୟକ ଭାବେ ଦଳର ନେତୃତ୍ୱ ନେଇ ଆଇପିଏଲ ରେ ଦୁଇ ଦୁଇ ଥର ଦଳକୁ ଜିତାଇଛନ୍ତି ଗମ୍ଭୀର I ତେବେ ସମସ୍ତ ଫର୍ମାଟ କୁ ଅଲବିଦା କହିଛନ୍ତି ଗମ୍ଭୀର ଆଉ ସେ କ୍ରିକେଟ ଖେଳିବେନି ବୋଲି ନିଜ ସୋସିଆଲ ଆକାଉଣ୍ଟସ ରେ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *