ବିଶ୍ୱାସ ରହିଛି ସେ ରାଗିଗଲେ ପ୍ରଳୟ ହୁଏ ,ଯେବେ ସେ ତାଣ୍ଡବ ନୃତ୍ୟ କରେ ସାରା ମେଦିନୀ ଥରି ଉଠେ ,କୋପେ ବର ନହେଲେ ତପେ ବର ସେ ବାବା ଭୋଳାଶଙ୍କର I ଶିବ ଙ୍କୁ ମଣିଷ ଯେତିକି ଭରଷା ବିଶ୍ୱାସ କରେ ସେତିକି ଭୟ ମଧ୍ୟ କରେ I କିନ୍ତୁ ଆଜିର ମଣିଷ ର ନା ଅଛି ଭୟ ନା ଡର ଖୁଲମଖୁଲା ନିର୍ଭୟ ରେ ଘୁରିବୁଲୁଛି I ଠାକୁର ଦେବତା ଙ୍କ ପ୍ରତି ଟିକେ ବି ଭୟ ନାହିଁ I ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ Iପ୍ରାପ୍ତ ସୂଚନା ଅନୁଯାଇ ରାଜନଗର ପଞ୍ଚାୟତ ଅନ୍ତର୍ଗତ ସରକାର ପଡାରେ ଏକ ଶିବ ମନ୍ଦିର ରେ ଦୁର୍ବୁର୍ତ୍ତ ମାନେ ରାତି ଅଧରେ ଲକ୍ଷାଧିକ ଟଙ୍କାର ସମ୍ପତି ହଡପ କରିଛନ୍ତି I
ଠାକୁର ଙ୍କ ସୁନା ରୂପI ଅଳଙ୍କାର ସବୁ ଚୋରି କରି ନେଇଛନ୍ତି I କେବଳ ଏତିକି ନୁହେଁ ମନ୍ଦିର ଭିତରେ ପୂଜା ପାଉଥିବା ଶିବ ଲିଙ୍ଗ ଉପରେ ,ସେଠାରେ ଥିବା ସମସ୍ତ ବ୍ୟବହାରପଯୋଗୀ ଜିନିଷ କୁ ଏକାଠି କରି ନିଆଁ ଲଗାଇଦେଇଥିଲେ I ସକାଳୁ ପୂଜକ ଦେଖି ଲୋକଙ୍କୁ ଜଣାଇବା ସହିତ ଲିଖିତ ଅଭିଯୋଗ କରିଛନ୍ତି I