ଓଡିଶା ଆସୁଛନ୍ତି କ୍ରିକେଟ ଗଡ୍‌ ସଚିନ ତେନ୍ଦୁଲକର୍

ଏବେ ଚାରିଆଡେ ଖାଲି ହକି ଚର୍ଚ୍ଚା ଚାଲିଛି I ହେବନି କେମିତି ଯେ ଆରମ୍ଭ ଯେପରି ଭାବରେ ହେଇଥିଲା ସାରା ବିଶ୍ୱ ଓଡିଶା ର ଏଭଳି ଆୟୋଜନ ଦେଖି ତଟସ୍ଥ ହେଇଯାଇଥିଲା I ପ୍ରଥମ ଦିନ ଏଆର ରେହେମାନ ,ଶାହରୁଖ ,ମାଧୁରୀ ଜଲୱା ଦେଖାଇସାରିଥିବା ବେଳେ ଦ୍ୱିତୀୟ ଦିନ ଭାଇଯାନ ବାରବାଟୀରେ ପୁରା କିମିଆ କରିଥିଲେ I ଶୁଣାଯାଉଥିଲା ଉଦଯାପନୀ ରେ କ୍ରିକେଟ ର ଗଡ଼ ସଚିନ ଆସିବେ ବୋଲି ,ତେବେ ଏନେଇ ନିଜେ ଆଜି ସଚିନ ଘୋଷଣା କରିଛନ୍ତି I 16ତାରିଖ ରବିବାର ହକିର ଫାଇନାଲ ମ୍ୟାଚ ଥିବା ବେଳେ କ୍ରିକେଟ ଭଗବାନ ସଚିନ ଯୋଗ ଦେଇ ଏହି ମ୍ୟାଚ କୁ ଓଡିଶା ବାସୀଙ୍କ ସହିତ ଦେଖିବା ନେଇ ଟ୍ୱିଟ କରିଛନ୍ତି

I ମାନେ କାଲିର ଫାଇନାଲ ରେ କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ ଙ୍କୁ ଦେଖିବାକୁ ମିଳିବ I ଏହା ପ୍ରଚାର ହେବା ପରେ ସଚିନ ଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ବେଳେ ଓଡିଶା ପାଇଁ ପୁଣି ଖୁଶିର ମାହୋଲ ସୃଷ୍ଟି ହେଉଛି I

Leave a Reply

Your email address will not be published. Required fields are marked *