ଶୀତ ରାତିରେ ମା କୁ ଘରୁ ବାହାର କରିଦେଲା ଶିକ୍ଷିତ ସହରୀ ପୁଅ ,କୁଳାଙ୍ଗାର ପୁଅକୁ ପଡୋଶୀ ଦେଲେ ଉଚିତ ଜବାବ

ଓଡିଶା ଏକ୍ସକ୍ଲୁସିଭ ବ୍ୟୁରୋ :ଉପସ୍ଥାପନା ଗୋପାଳ ଚନ୍ଦ୍ର :
“ମା”- ୟାକୁ ଦୁନିଆର କୌଣସି ବି ଭାଷା ନାହିଁ ବର୍ଣନା କରିବାକୁ I ଈଶ୍ୱର ଙ୍କ ଏକ ମହାନ ଅବଦାନ ହେଉଛି ମା ,ଈଶ୍ୱର ଙ୍କୁ ତ କେବେ ଦେଖିନେ କିନ୍ତୁ ଯିଏ ଆମକୁ ନିଜ ପେଟରେ 9ମାସ ଧରି କଷ୍ଟ ସହି ଈଶ୍ୱର ଙ୍କ ସହିତ ପ୍ରଥମ ପରିଚୟ କରାଇଦେଇଥାଏ ସେ ହେଉଛି ମା I ଆଜି କିନ୍ତୁ ସମାଜ ବଦଳିଛି ଶିକ୍ଷିତ ସହରୀ ପୁଅ ପାଇଁ ମା ଯେମିତି ଏକ ବୋଝ ପାଲଟିଯାଇଛି I 9ମାସ ଗର୍ଭ ରେ ଧରି କେତେ ଗୋଇଠା ଖାଇ ପୁଣି ଜୀବନ ସାରା ନିଜ ସନ୍ତାନ ପାଇଁ ଅସହ୍ୟ ଯନ୍ତ୍ରଣା ସହିବାକୁ ପ୍ରସ୍ତୁତ ଥିବା ମା ର ବୋଝ ଶିକ୍ଷିତ ପୁଅ ମୁଣ୍ଡାଇବାକୁ ଚାଁହୁନି I

ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ଅନନ୍ତନଗରରେ I ଗତକାଲି ସୋସିଆଲ ମିଡିଆରେ ଭିଡିଓ ଟି ଭାଇରଲ ହେବା ପରେ ଆମେ ମଧ୍ୟ ଏହାକୁ ପ୍ରସାରଣ କରିଥିଲୁ ଆମ ଫେସବୁକ ପେଜ୍ ରେ I ତେବେ ଘଟଣାଟି ଏହିପରି I ବ୍ରହ୍ମପୁର ଅଞ୍ଚଳ ରେ ପାରିବାରିକ ଗଣ୍ଡଗଳ ଯୋଗୁ ଭାଇ ଭଉଣୀ ଅଲଗା ହେଇଯାଇଥିଲେ ଏବୋ ଗୋଟେ ପୁଅ ପାଖରେ ମା ରହୁଥିଲା ତେବେ ଶୀତ ରାତିର ହାଡଭଙ୍ଗା ଥଣ୍ଡା ରେ ପୁଅ ବୋହୁ ମା କୁ ଘରୁ କାଢ଼ିଦେଇଥିଲେ I

ଅସହାୟ ଅବସ୍ଥାରେ ମା ଟି କାନ୍ଦି କାନ୍ଦି କହୁଥିଲା ଛୋଟ ଥିଲାବେଳେ ମୁଁ ଥଣ୍ଡାରେ ରହି ତାକୁ ଘୋଡେଇ ଦେଉଥିଲି ଆଜି ସେଇ ପୁଅ ମତେ ଘରୁ ଥଣ୍ଡାକୁ ବାହାର କରିଦେଇଛି ମୋ ପୁଅ ତ ବହୁତ ବଡ ହେଇଗଲାଣି ,ତାର ଆଉ ଏ ମା କି କାମରେ ଆସିବ ??

ତେବେ ପୁଅ ସିନା ମା ର ମମତା ବୁଝିପାରିନଥିଲା କିନ୍ତୁ ମାନବିକତା ତ ମରିଯାଇନି ନା ପାଖରେ ଥିବା ଜଣେ ଭଦ୍ରବ୍ୟକ୍ତି ଘଟଣା ଜାଣିବା ପରେ ରାଗି ପାଚି ନିଆଁ ହେଇଯାଇଥିଲେ ଏବଂ ସେଇ ମା ର କୁଳାଙ୍ଗାର ପୁଅକୁ କବାଟ ବାଡେଇ ଘରୁ ଡାକିବା ସହିତ ଭଲକି ଦି ପଦ ଗାଳି ଦେବାକୁ ଭୁଲିନଥିଲେ ଭଦ୍ରବ୍ୟକ୍ତି ଜଣଙ୍କ I ମା କେବେ ଅଲଗା ହେଇପାରେନି ତମେ ଭାଇ ଭାଇ ଭିର୍ଣ୍ଣ ହେଇପାର କିନ୍ତୁ ମା କୁ ଘରୁ ବାହାର କରିବାକୁ ଟିକେ ଲାଜ ଲାଗିଲା

ନି ଏହପରି ଭାବରେ ପୁଅକୁ ଦେଇଥିଲେ ଉଚିତ ଶିକ୍ଷା I ଶେଷରେ ସେଇ ପୁଅଟି ଇଛା ନଥାଇ ବି ଲୋକ ଭୟରେ ଡରିଯାଇ ମା କୁ ଘରକୁ ନେଇଥିଲା I ଏହାପରେ ଭିଡି଼ଓ ଟି ଭାଇରଲ ହେବା ପରେ ଏବେ ସମସ୍ତଙ୍କ ନଜର କୁ ଘଟଣାଟି ଆସିଥିବା ବେଳେ ସେହି ଭଦ୍ର ବ୍ୟକ୍ତିଙ୍କୁ ପ୍ରସଂଶIର ସୁଅ ଛୁଟିଛି I ଉପସ୍ଥାପନା ଗୋପାଳ ଚନ୍ଦ୍ର

Leave a Reply

Your email address will not be published. Required fields are marked *