ସରକାରୀ ଆବାସୀକା ହଷ୍ଟେଲ ରେ ଦୁଷ୍କର୍ମ ପୀଡିତା ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା :ଅଭିଯୁକ୍ତ ଗିରଫ

ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗୁଥିବା ବେଳେ ଏହାର ଶିକାର ହେଉଛନ୍ତି ନାବାଳିକା ମାନେ I ଦୁଷ୍କର୍ମକାରୀ ଙ୍କ ମାନସିକ ଅବସ୍ଥାରେ ପରିବର୍ତନ ଆସୁନି I ଅଭିଯୁକ୍ତ ମାନଙ୍କୁ ଯେତେ କଠୋର ଦଣ୍ଡ ର ବିଧିବିଧାନ ଥିଲେ ମଧ୍ୟ ଏହାର ଯେପରି କୌଣସି ପ୍ରଭାବ ପଡୁନି ସେମାନଙ୍କ ଉପରେ I ନିକଟରେ ଏହି ଆଇନ ପୋସ୍କୋ ର ପରିବର୍ତନ କରାଯାଇ ଦୁଷ୍କର୍ମକାରୀ କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ I ପୁଣିଥରେ ଦାରିଙ୍ଗିବାଡ଼ି ରେ ଦେଖିବାକୁ ମିଳିଛି ଲଜ୍ୟା I

ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଦୁଷ୍କର୍ମ ର ଶିକାର ହେଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି I ଏହା ହେଉଛି ଦାରିଙ୍ଗବାଡି ଗ୍ରୀନବାଡି ସରକାରୀ ହାଇସ୍କୁଲ ହଷ୍ଟେଲର ଘଟଣା I ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ଦେଖାଯାଇଥିଲା I

ଏନେଇ ମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରିଥିଲେ I ଫଳରେ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନ କୁ ଗିରଫ କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *