ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଙ୍କ ସହିତ ଲଢ଼ି ଜୀବନ ଦେଇ ଦେଶ ପାଇଁ ଶହୀଦ ହେଲେ ଓଡ଼ିଆ ଯବାନ

ସାରା ଦେଶରେ ପାଳିତ ହେଉଛି ସାଧାରଣତନ୍ତ୍ର ଦିବସ I କିନ୍ତୁ ଏହି ସମୟରେ ଆତଙ୍କବାଦୀ ଙ୍କ ହମଲା ହେଇଥିଲା
ଜମ୍ମୁ-କଶ୍ମୀରର ବାରମୁଲା ସୀମାରେ I ଆଉ ଆତଙ୍କବାଦୀ ଙ୍କ ଗୁଳିରେ ଟଳିପଡିଥିଲେ କାର୍ଯ୍ୟରତ ଓଡିଆ ଯବାନ I ଯବାନ ଙ୍କ ନାମ ହେମନ୍ତ କୁମାର ପଣ୍ଡା I ବୟସ 23 ଘର ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ ବ୍ଲକ ର ଅଠାରଙ୍ଗ ଗ୍ରାମରେ Iପରିବାର ର ସେ ଏକମାତ୍ର ଦାୟାଦ ଥିଲେ I

ଛୋଟବେଳୁ ସେ ମାଟି ମା ପାଇଁ ବ୍ୟାକୁଳିତ ଥିଲେ ସେଥିପାଇଁ ଶତ୍ରୁପକ୍ଷ ଙ୍କ ସହ ଲଢ଼ି ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ତିନିବର୍ଷ ତଳେ ଗାଁ ମାଟି ପରିବାର ଛାଡି ସେନା ରେ ଯୋଗ ଦେଇଥିଲେ Iଜମ୍ମୁ-କଶ୍ମୀରର ବାରମୁଲା ସୀମାରେ ତାଙ୍କୁ ଦାୟିତ୍ୱ ମିଳିଥିଲା I ତେବେ ଗତକାଲି ସକାଳୁ ଆତଙ୍କବାଦୀଙ୍କ ଗୁଳି ରେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି ବୀର ଓଡ଼ିଆ ଯବାନ I

ଆଜି ତାଙ୍କ ମର ଶରୀର ଓଡିଶା ଫେରିବ I ହେମନ୍ତ ଙ୍କ ଶହୀଦ ଖବର ଜଣାପଡିବା ପରେ ସାରା ଗାଁ ରେ ତାଙ୍କୁ ଝୁରିହେଉଛନ୍ତି I ଏବଂ ଅଶ୍ରୁଳ ନୟନ ରେ ଅନାଇ ରହିଛନ୍ତି ତାଙ୍କ ଫେରିବା ବାଟକୁ I

Leave a Reply

Your email address will not be published. Required fields are marked *