ଶିକ୍ଷକଙ୍କ ନାମରେ କଳା ବୋଳିଲେ ପ୍ରଧାନଶିକ୍ଷକ,ତିନି ଛାତ୍ରୀ ଙ୍କୁ ଅସଦାଚରଣ

ଗୁରୁ ଶିଷ୍ୟ ର ସମ୍ପର୍କ ସବୁଠାରୁ ପବିତ୍ର I ଅନ୍ଧାର ରୁ ଶିକ୍ଷା ର ଆଲୋକ ବାଟ ଦେଖାଇଥାନ୍ତି ଶିକ୍ଷକ I କିନ୍ତୁ ଶିକ୍ଷକ ନାମରେ କଳଙ୍କ ବୋଲିଛନ୍ତି ଜଣେ ସାରେ I ପ୍ରଧାନ ଶିକ୍ଷକ ହେଇକି କି ତିନିଜଣ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି I ଗୁରୁ ନାମରେ କଳଙ୍କ ବୋଳିଦେଇଛନ୍ତି I ଘଟଣା ଟି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅନ୍ତର୍ଗତ ଗଡ଼ିଆ ପଞ୍ଚାୟତ ର ନୁହାମାଳିଆ ସରକାରୀ ୟୁପି ସ୍କୁଲର I ଏହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆପାଠ ପଢ଼ାଇବା ନାମରେ ସପ୍ତମ ଶ୍ରେଣୀର ତିନି ଛାତ୍ରୀଙ୍କୁ ନିଜ କୋଠରୀକୁ ଡାକି ଅସଦାଚରଣ କରିଥିଲେ I

ଘଟଣା ସମ୍ପର୍କ ରେ ଛାତ୍ରୀମାନେ ଘରଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସ୍କୁଲ କମିଟିରେ ଜଣାଇବା ସହିତ ଆଜି ବିଦ୍ୟାଳୟ ରେ ପହଁଚି ପ୍ରଧାନଶିକ୍ଷକ ଙ୍କୁ ଧସ୍ତାଧସ୍ତି କରିଛନ୍ତି I ଏବଂ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି I

Leave a Reply

Your email address will not be published. Required fields are marked *