ଫେସବୁକରେ ଆଞ୍ଜେଲ ପ୍ରିୟା ସାଜି ଦୁଇ ଡକାୟତ ବାରିପଦା ପୁଅଠୁ ୮୭ ଲକ୍ଷ ଠକିନେଲେ

ହ୍ୟୁମାନ ସାଗରଙ୍କ ଏକ ଗୀତ ଆପଣ ନିହାତି ଶୁଣିଥିବେ ଯେ ଫେସବୁକ ରେ ଆଞ୍ଜେଲ ପ୍ରିୟା ନାମରେ କିପରି ନକଲି ଫୋଟ ଦେଇ ଲୋକମାନଙ୍କୁ ଠକୁଥିବା ଝିଅ ଧରାପଡିଥିଲା ଯେ ସେ ଆଞ୍ଜେଲ ପ୍ରିୟା ନୁହେଁ ସୁକୁଟି ସାହୁ ବୋଲି I ଏହା ତ ଏକ ଗୀତ ଥିଲା ବାସ୍ତବରେ ବି ଏମିତି ଏକ ଘଟଣା ଘଟିଛି ତାହା ପୁଣି ଓଡ଼ିଶାରେ I

ଆଞ୍ଜେଲ ପ୍ରିୟା ସାଜି ଦୁଇଜଣ ବାରିପଦା ପୁଅଠାରୁ ୮୭ ଲକ୍ଷଲୁଟିନେଇଛନ୍ତି I ପ୍ରାପ୍ତ ସୂଚନା ଅନୁଯାଇ ଦିଲ୍ଲୀର ଦୁଇ ଯୁବକ ବିନୋଦ କୁମାର ସିଂହ ଓ ସଂଞ୍ଜୀବ କୁମାର ଏକ ନକଲି ଫେସବୁକ ଆଇଡି ଖୋଲି ବାରିପଦାର ତପନ ଦାସଙ୍କ ସହ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ I ତେବେ ବନ୍ଧୁତା ଏତେ ବଢିଯାଇଥିଲା ଯେ ଉଭୟ ନିଜର ଜାଲ ବିଛାଇ ତପନଙ୍କୁ ଶିକାର କରିଥିଲେ I

ଦିଲ୍ଲୀ ଏୟାରପୋର୍ଟରେ ଉଭୟ ଙ୍କୁ ପୋଲିସ ଅଟକ ରଖିଛି ତେଣୁ ତପନଙ୍କୁ ସାହାଯ୍ୟ ମାଗିଥିଲେ ମିଛେଇ ଆଞ୍ଜେଲ ପ୍ରିୟା I ଆଉ ସାହାଯ୍ୟ ପାଇଁ ତୁରନ୍ତ 87 ଲକ୍ଷ ଟଙ୍କା ଆଞ୍ଜେଲ ପ୍ରିୟା ଙ୍କ ଆକାଉଣ୍ଟସ ରେ ଡିପୋଜିଟ କରିଥିଲେ ତପନ I ପରେ ଜଣାପଡିଥିଲା କି ସେ ଠକେଇ ର ଶିକାର ହେଇଛନ୍ତି ଏବଂ ଲିଖିତ ଅଭିଯୋଗ ପରେ ଉଭୟ ଗିରଫ ହେଇଛନ୍ତି I

Leave a Reply

Your email address will not be published. Required fields are marked *