ମୃତ୍ୟୁ ପରେ ମହିଳାଙ୍କୁ ଘର ଲୋକେ ପୋଡିଦେଲେ ଯୁବକ ମଶାଣିରୁ ଶବ କୁ ଆଣି ପୋଡା ମାଂସ ଖାଇଲା

ମଣିଷ ମରିଗଲା ପରେ ସାଧାରଣତଃ ଆମେ ତାକୁ ସତ୍କାର କରିଦେଇଥାଉ I ଶବ କୁ ପୋଡିଦିଆଯାଇଥାଏ କିମ୍ବା
ମାଟିତଳେ କବର ଦିଆଯାଇଥାଏ I କେଭେ ଶୁଣିଛନ୍ତି କି ମଣିଷ ମାଂସ ମଣିଷ ଖାଇବାର ?? ହଁ ଆଜ୍ଞା ଏପରି ଘଟିଛି ଏକ ଅବିଶ୍ୱସନୀୟ ଘଟଣା I ଖବର ଅନୁଯାଇ ଘଟଣାଟି ତାମିଲନାଡୁର ତିରତୁନେଲଭେଲି ଗ୍ରାମର I ଏହି ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ଆତ୍ମୀୟ ଏବଂ ଗାଁ ଲୋକେ ମଶାଣି ରେ ପୋଡି ଦେଇଥିଲେ ଏବଂ ଶବରେ ନିଆଁ ଲାଗିବା ପରେ ଘର ଲୋକେ ପଳାଇଆସିଥିଲେ I କିଛିସମୟ ପରେ ମଶାଣି କୁ ଯିବାବେଳେ ଦେଖିବାକୁ ପାଇଥିଲେ ଏକ ଅଦଭୂତ ଘଟଣା I ପୋଡିଯାଉଥିବା ଅଧା ଶବ କୁ ଜଣେ ଯୁବକ କାଢି ଆଣି ମହିଳାଙ୍କ ପୋଡା ମାଂସ ଖାଇବାରେ ଲାଗିଥିଲା I

ଦେଖୁଥିବା ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ତଥାପି ପାଖକୁ ଯାଇ ଦେଖନ୍ତି ତ ଚକିତ ହେଇଯାଇଥିଲେ I ଯୁବକ ଜଣଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନଯାଇ ମହିଳାଙ୍କ ମାଂସ ଖାଇବାରେ ଲାଗିଥିଲା I

ଏହାପରେ ପୋଲିସ କୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଯୁବକଙ୍କୁ ଗିରଫ କରିଥିଲା I ତେବେ ଜଣାପଡିଥିଲା କି ଯୁବକ ଜଣଙ୍କ ଜଣେ ମାନସିକ ରୋଗୀ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I

Leave a Reply

Your email address will not be published. Required fields are marked *