ଷଷ୍ଠ ଶ୍ରେଣୀ ଛାତ୍ରୀ କୁ ଦୁଷ୍କର୍ମ କରି ଗର୍ଭବତୀ କରାଇଲା ଅଷ୍ଟମ ଶ୍ରେଣୀର ଛାତ୍ର

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଏହାର ଶିକାର ହେବାରେ ଲାଗିଛନ୍ତି ନାବାଳିକା ମାନେ I ଅଧିକାଂଶ ସ୍ଥାନରେ ନାବାଳିକା ମାନେ ମା ହେବାର ଦେଖାଯାଉଛି I ପୁଣିଥରେ ମୋରଡ଼ା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଜଣେ ନାବାଳିକା ଛାତ୍ରୀଦୁଷ୍କର୍ମ ର ଶିକାର ହେଇ ଗର୍ଭବତୀ ହେବାପରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟ କର ଘଟଣା I ମିଳିଥିବା ସୂଚନା ଅନୁଯାଇ ଛାତ୍ରୀ ଜଣଙ୍କ କିଛିଦିନ ଧରି ଅସୁସ୍ଥ ରହିବା ହେତୁ ହସ୍ପିଟାଲ ନିଆଯାଇଥିଲା ତେବେ ପରୀକ୍ଷା ପରେ ଜଣାପଡିଥିଲା କି ଛତ୍ରିଜଣଙ୍କ ଗର୍ଭବତୀ I

ସବୁଠାରୁ ବଡ କଥା ହେଉଛି ସେହି ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଏହି ଘଟଣା ଘଟାଇଛି I ଛାତ୍ରୀ ଜଣଙ୍କୁ ଅଷ୍ଟମ ଶ୍ରେଣୀର ଛାତ୍ର ଜଣଙ୍କ ବାରମ୍ବାର ଦୁଷ୍କର୍ମ କରିବା ଫଳରେ ଛାତ୍ରୀ ଜଣଙ୍କ ଗର୍ଭବତୀ ହେଇଛି I ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *