ପ୍ରେମିକା କୁ ମଦ ପିଆଇ ଦୁଷ୍କର୍ମ କରି ନଦୀରେ ବୁଡାଇ ବୁଡାଇ ମାରିଲା ପ୍ରେମିକ

ବେଳେବେଳେ ଅବୈଧ ପ୍ରେମ ସମ୍ପର୍କ ଅପରାଧ ଆଡକୁ ଗତି କରିଥାଏ I ଏମିତି ଏକ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ଅନ୍ତର୍ଗତ ଦେବାସରେ I କିଛିଦିନ ତଳେ ଏଠାର ଶିପ୍ରା ନଦୀରୁ ଜଣେ ମହିଳାଙ୍କ ଶବ ମିଳିଥିଲା ,ପୋଲିସ ଶବର ପରିଚୟ ଖୋଜୁଥିବା ବେଳେ ସାମ୍ନାକୁ ଆସିଛି ସତ ଘଟଣା I ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ କି ଜଣେ ମହିଳାଙ୍କୁ କେହି ଜଣେ ନଦୀରେ ବୁଡାଇ ମାରୁଥିବାର ଦେଖାଯାଇଥିଲା ,ପୋଲିସ ଭିଡିଓ ରୁ ସେହି ମହିଳାଙ୍କୁ ଚିହ୍ନଟ କରିସାରିଥିବା ବେଳେ ଯୁବକ ଙ୍କ ପରିଚୟ ପାଇ ଗିରଫ କରିଥିଲା I ଯୁବକ ଙ୍କ ଗିରଫ ପରେ ଘଟଣା ବିଷୟରେ ଜଣାପଡିଥିଲା I

ଖବର ଅନୁଯାଇ ମୃତ ମହିଳା ହେଉଛନ୍ତି ପପ୍ପି ବାଈ ସେ ସୁରେଶ ନାମକ ଜଣେ ଯୁବକ ଙ୍କୁ ଭଲ ପାଉଥିଲା I ସୁରେଶ ମଧ୍ୟ ତାଙ୍କୁ ଭଲ ପାଉଥିଲା ,ତେବେ ମହିଳା ଜଣଙ୍କ ତାଙ୍କୁ ବିବାହ କରିବାକୁ ଅଡ଼ି ବସିବାରୁ ଯୁବକ ଜଣଙ୍କ ମହିଳାଙ୍କୁ ମଦ ପିଆଇ ,ଦୁଷ୍କର୍ମ କରିଥିଲା ଏବଂ ନଦୀରେ ବୁଡାଇ ବୁଡାଇ ମାରିଥିଲା I

Leave a Reply

Your email address will not be published. Required fields are marked *