ତାରାତାରିଣୀ ରେ ଗାଡି ପୂଜା ପାଇଁ 5ହଜାର ଦକ୍ଷିଣା ନଦେବାରୁ ଖଣ୍ଡା ରେ ଭକ୍ତ ଙ୍କ ହାତ ହାଣିଦେଲେ ସେବାୟତ

କିଛିଦିନ ତଳେ ଘୋଷଣା କରାଯାଇଥିଲା ବିଶ୍ୱ ସ୍ତରୀୟ ହେବ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ,ଯାହାକି ସମସ୍ତଙ୍କ ଖୁସିର ଖବର ଥିଲା ତେବେ ତାରାତାରିଣୀ ପୀଠରେ ସେବାୟତ ଙ୍କ କାର୍ଯ୍ୟ ଏବେ ଚର୍ଚାର ବିଷୟ ପାଲଟିଛି I ଦକ୍ଷିଣା ଦେଲେନି ବୋଲି ଭକ୍ତ ଙ୍କୁ ଖଣ୍ଡାରେ ହାଣିଲେ ସେବାୟତ I ଘଟଣା ଅନୁଯାୟୀ ଗତକାଲି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ ରେ କିଛି ଭକ୍ତ ନିଜ ଗାଡି ପୂଜା କରିବାକୁ ଆସିଥିବା ବେଳେ ସେଠାରେ ଥିବା ସେବାୟତ ପୂଜା ପାଇଁ ଦକ୍ଷିଣା ବାବଦ 5000 ଦାବି କରିଥିଲେ I ଗାଡି ପୂଜା ପାଇଁ ଏତେ ମୋଟା ଅଙ୍କର ଟଙ୍କା ଶୁଣି ଭକ୍ତ ଅସନ୍ତୋଷ ହେଇଥିଲେ ଏବଂ ଏହାକୁ ନେଇ ସେବାୟତ ଏବଂ ଭକ୍ତ ଙ୍କ ଭିତରେ କଥା କଟାକଟି ହେଇଥିଲା I ଦୁଇ ଭକ୍ତ ଙ୍କ ନାମ ରାହୁଳ ପ୍ରଧାନ ଏବଂ ସୁଦାମ ମହାରଣା। ଏଥିରେ ସେବାୟତ ରାଗିଯାଇ ଏକ ଖଣ୍ଡା ଆଣି ଉଭୟ ଙ୍କୁ ହାଣିଦେଇଥିଲେ I ଖନ୍ଦା ଆକ୍ରମଣ ରେ ରାହୁଳଙ୍କ ହାତ ପାପୁଲି ଛିଣ୍ଡିଯାଇଥିବା ବେଳେ ସେ ଗୁରୁତର ଅଛନ୍ତି I ଉଭୟ ସେବାୟତ ଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *