କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଏବେ ଲକ ଡାଉନ ଚାଲିଛି I ଅଧିକାଂଶ ନିଜ ପ୍ରିୟ ପରିଜନ ଙ୍କ ଠାରୁ ଅଲଗା ମଧ୍ୟ ରହିଛନ୍ତି କିନ୍ତୁ ଉତ୍ତରପ୍ରଦେଶ ରେ ଲକଡାଉନ୍ ଯୋଗୁଁ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ବିସ୍ମିତ କରିଛି I ସୂଚନା ଅନୁଯାୟୀ ଜଣେ ସ୍ୱାମୀ ପତ୍ନୀଙ୍କଠାରୁ ଦୂରରେ ଥିବାରୁ ବିରହ ବେଦନା ସହି ନପାରି ଆତ୍ମହତ୍ୟା କରିଛନ୍ତି I ଜାତୀୟ ଖବର ରେ ପ୍ରକାଶ ହେଇଥିବା ଖବର ଅନୁଯାୟୀ ଘଟଣାଟି ଉତ୍ତରପ୍ରଦେଶର ଗୋଣ୍ଡାରୁ I ଏନେଇ ଇନ୍ସପେକ୍ଟର ଆଲୋକ ରାଓ କହିଛନ୍ତି ଯେ ଯୁବକ ଙ୍କ ନାମ ରାକେଶ ସୋନି ,ତାଙ୍କୁ 32ବର୍ଷ ଅଟେ I