କୁହାଯାଏ ମା ପାଇଁ ଦୁନିଆର ସବୁଠୁ ମୂଲ୍ୟବାନ ହେଉଛି ସନ୍ତାନ I କିନ୍ତୁ ମା ପୁଅ ସମ୍ପର୍କ ରେ କଳଙ୍କ ଲଗାଇଛନ୍ତି ରାଜସ୍ତାନ ର ଜଣେ ମା I ଜ୍ୱାଇଁ ସହିତ ମିଶି ନିଜ ପୁଅକୁ ହତ୍ୟା କରିବାକୁ ଲକ୍ଷେ ଟଙ୍କା ର ସୁପାରୀ ଦେଇଥିଲା ମା I ସୁପାରୀ କିଲର ଜଣକ ପୁଅ କୁ ମାରି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ିଦେଇଥିଲା I ପୋଲିସ ଶବ ଉଦ୍ଧାର କରି ଅଭିଯୁକ୍ତ ମା ସହିତ ଅନ୍ୟ 3 ଜଣକୁ ଗିରଫ କରିଛି I
ଏ ନେଇ ମା କହିଛି ଯେ , ତାଙ୍କ ସ୍ୱାମୀ ମରିବା ପରେ ପୁଅ ଜଣକ ସବୁବେଳେ ମଦ ପିଇ , ଗାଳି ଗୁଲଜ କରିବା ସହିତ ବାଡ଼ିଆପଟା କରୁଥିଲା , ଯେଉଁଥିପାଇଁ ସେ ଘର ଛାଡି ଝିଅ ସହିତ ରହୁଥିଲେ I ତାଙ୍କ ନାମରେ ଥିବା ଜମିକୁ ସେ ବିକ୍ରି କରିବାକୁ ଚାଁହୁଥିଲେ କିନ୍ତୁ ପୁଅ ଏଥିରେ ବାଧା ଦେବାରୁ ସେ ଏପରି ନିଷ୍ପତି ନେଇଥିଲେ